ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ ଇନିଂସ୍‌ର ଅବଶିଷ୍ଟାଂଶ ଆରମ୍ଭ ହେବା ପୂର୍ବରୁ ବୁମ୍‌ରାଙ୍କ ଭଳି ରନ୍‌ ଅପ୍‌ ନେବାଠାରୁ ଆରମ୍ଭ କରି କୋହଲି ସେଲିବ୍ରେଟ ମଧ୍ୟ କରିଥିଲେ। ଏହାର ଏକ ଭିଡିଓ ଆଇସିସି ପକ୍ଷରୁ ଶେୟାର କରାଯାଇଛି। ସାଧାରଣତଃ କୋହଲି ନେଟ୍ସରେ ବୋଲିଂ କରନ୍ତି। ପିଠିଜନିତ ଆହତ ସମସ୍ୟା ସମ୍ଭାବନା ଥିବାରୁ ସେ ୨୦୧୭ ଡିସେମ୍ବରଠାରୁ କୌଣସି ମ୍ୟାଚ୍‌ରେ ବୋଲିଂ କରିନାହାନ୍ତି। ତାଙ୍କ ନାମରେ ୪ଟି ଲେଖାଏ ଦିନିକିଆ ଓ ଟି୨୦ ଉଇକେଟ ରହିଛି।

Share