Categories: ଖେଳ

ବୁମ୍‌ରାଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଯଶପ୍ରୀତ ବୁମ୍‌ରା ଭାରତର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଶୁକ୍ରବାର ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ରେ ଓପନର ଦାନୁଷ୍କା ଗୁଣତିଳକାଙ୍କ ଉଇକେଟ ହାସଲ କରିବା ପରେ ସେ ଏହି ଗୌରବର ଅଧିକାରୀ ହୋଇଛନ୍ତି। ବୁମ୍‌ରା ବର୍ତ୍ତମାନ ୪୫ ଅନ୍ତର୍ଜାତୀୟ ଟି୨୦ରୁ ୫୩ ଉଇକେଟ ଅକ୍ତିଆର କରିଛନ୍ତି। ଏହି ତାଲିକାରେ ତାଙ୍କ ପଛକୁ ମିଳିତ ଦ୍ୱିତୀୟ ସ୍ଥାନରେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ (୩୭ ମ୍ୟାଚରୁ ୫୨ ଉଇକେଟ) ଏବଂ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୪୬ ମ୍ୟାଚରୁ ୫୨ ଉଇକେଟ) ରହିଛନ୍ତି।

Share