Categories: ଖେଳ

ବୁମ୍‌ରା, ମନ୍ଧାନାଙ୍କୁ ପୁରସ୍କାର

ବେଙ୍ଗାଲୁରୁ,୨୬ା୧୦(ପି.ଟି.)- ଓ୍ବିଜ୍‌ଡେନ୍‌ ଇଣ୍ଡିଆ ଅଲ୍‌ମାନାକ୍‌ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୫ଜଣ ବିଜେତାଙ୍କ ମଧ୍ୟରେ ଭାରତର ଦୁଇଜଣ ପ୍ରିମିୟର ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍‌ରା ଏବଂ ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ରହିଛନ୍ତି। ଏସିଆର ଅନ୍ୟ ବିଜେତାମାନେ ହେଲେ ପାକିସ୍ତାନର ଫଖର ଜମାନ, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ଏବଂ ଆଫଗାନିସ୍ତାନର ରଶିଦ୍‌ ଖାଁ। ୨୦୧୯ ଏବଂ ୨୦୨୦ ପାଇଁ ବାର୍ଷିକ କ୍ରିକେଟ ପବ୍ଲିକେଶନର ୯ମ ସଂସ୍କରଣରେ ମୟଙ୍କ ଅଗ୍ରଓ୍ବାଲଙ୍କ ଉପରେ ଏକ ଲେଖା ପ୍ରକାଶ ପାଇଛି। ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଏହି ଖେଳାଳି କିପରି ଟେଷ୍ଟ ଦଳରେ ସ୍ଥାନ ପାଇଲେ ତାହା ଏଥିରେ ବର୍ଣ୍ଣନା କରାଯାଇଛି। ମିଥାଲି ରାଜ ଏବଂ ଦୀପ୍ତି ଶର୍ମାଙ୍କ ପରେ ‘କ୍ରିକେଟର ଅଫ୍‌ ଦି ଇୟର’ ପୁରସ୍କାର ଜିତିବାରେ ମନ୍ଧାନା ତୃତୀୟ ମହିଳା ଖେଳାଳି। ଷ୍ଟଲଓ୍ବାର୍ଟ ଗୁଣ୍ଡାପ୍ପା ବିଶ୍ୱନାଥ ଏବଂ ଲାଲା ଅମରନାଥଙ୍କୁ ଇଣ୍ଡିଆ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ମିଳିଛି।

Share