Categories: ଜାତୀୟ

ବୁରାରି ‘ହରର ହାଉସ୍‌’ ହେଲା ଡାଇଗ୍ନୋଷ୍ଟିକ ସେଣ୍ଟର

ନୂଆଦିଲ୍ଲୀ,୩୦।୧୨: ଗତବର୍ଷ ଜୁଲାଇରେ ବୁରାରିର ସନ୍ତ ନଗରରେ ଥିବା ଏକ ଘରେ ଗୋଟିଏ ପରିବାରର ୧୧ଜଣଙ୍କ ଆତ୍ମହତ୍ୟା ଘଟଣା ସେତେବେଳେ ଚହଳ ପକାଇଥିଲା। ଘଟଣା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ଏହି ‘ହରର ହାଉସ’ରେ ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଥିବା ଜଣାପଡିଛି। ଏହାର ମାଲିକ ଡାକ୍ତର ମୋହନ ସିଂ କହିଛନ୍ତି ସେ ଅନ୍ଧବିଶ୍ୱାସକୁ ମାନନ୍ତି ନାହିଁ। ଆଉ ସେଠାକୁ ପରୀକ୍ଷା କରିବାକୁ ଆସୁଥିବା ରୋଗୀଙ୍କର କିଛି ଅସୁବିଧା ହୋଇ ନ ଥିବା ମଧ୍ୟ ସେ କହିଛନ୍ତି। ସବୁ କାମ ଆରମ୍ଭରେ ଯେମିତି ହିନ୍ଦୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ ଠିକ୍‌ ସେମିତି ସେ ପୂଜା କରି ଉକ୍ତ ଘରେ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଛନ୍ତି। ସେଠାକୁ ଯିବା ଆସିବାର ସୁବିଧା ଥିବାରୁ ରୋଗୀମାନେ ମଧ୍ୟ ଏଠାକୁ ଆସିବାରେ କୌଣସି ଅସୁବିଧା ହେଉ ନଥିବା ଡାକ୍ତର ସିଂ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ଉକ୍ତ ଘରେ ଗୋଟିଏ ପରିବାରର ୭ ମହିଳା ଓ ୪ ପୁରୁଷ ଏକାଥରେ ଆତ୍ମହତ୍ୟା କରିଥିଲେ।

Share