ବୁରୁଧ୍‌ ଦମ୍ପତିର ହାତେ ନାତିର ଭବିଷତ୍‌

 

ପର୍ଲା, ୨୮।୧ (ଡି.ଏନ୍‌.ଏ.)-
ଦୁଇ ବଛର ଭିତରେ ମା’ବାପ୍‌କୁ ହେରେଇଛନ୍‌। ସାହାଭରସା କହେଲେ ବୁରୁଧ୍‌ ଅଜାଆଈ। ହେଲେ ଅଜାଆଈର ବଏସ୍‌ ବି ଅଧ୍‌କା ହେଲାନ। ଏନ୍‌ତାଥି ସେମାନେ ନାତିର ଭବିଷତ୍‌କେ ନେଇ ଚିନ୍‌ତାରେ ପଡ଼ିଯାଇଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଧୀନ ଚିଲିଚିଲା ଗଁାରେ।
ସୂଚନା ଅନ୍‌ସାରେ ଚିଲିଚିଲା ଗଁାର ବୁରୁଧ୍‌ ଦମ୍ପତି କପୁରଚନ ଘି(୬୦) ଆର କୁନ୍ତି ଘି (୫୦)। ବଛର କେତେଟା ତଲେ କପୁରଚନକଁର ପରବାର ପୁଓ ଦୁର୍ଦ୍ଧାନ୍ତ ଘି(୩୨), ବହ ହିମାଦ୍ରୀ(୩୦), ନାତି କମଲେସ(୧୦)କେ ନେଇ ହଁସଖୁସିରେ ଚଲିଯାଉଥିଲା। ହେଲେ ଆଏଜ୍‌କେ ଦୁଇବଛର ତଲେ କେହେନ୍‌ସି କାରନ୍‌ରୁ ପୁଓ ଦୁର୍ଦ୍ଧାନ୍ତ ନିଜର ଜୀବନ୍‌ ହାରିଦେଲେ। ଇ ଦୁଖ୍‌ରେ ଗୁଟା ପରିବାର ଭାଂଗି ପଡ଼ିଥିଲା। ହେଲେ ଇତାର ମାସକେତେ ଉତାରୁ ବହ ହିମାଦ୍ରୀ ପୁଓ କମଲେଶକେ ଶାଶ୍‌ଶଶୁର ପାସେ ଛାଡ଼ି ଉନିଅଁା ଲୁକ୍‌କର ହାତ୍‌ ଧଏଲେ। ଏନ୍‌ତାଥି କମଲେଶ ମା’ବାପ୍‌ ଛେଉଁଡ୍‌ ପାଲଟିଯାଇଛନ୍‌। ବୁରୁଧ୍‌ ଅଜାଆଈ ଏହେଦେ ତାକର ସାହାଭରସା। ଇ ବୁରୁଧ୍‌ ବଏସେ ବୁଢ଼ାବୁଢ଼ି ନିଜେ ସାହାରା ଖୁଜୁଥିଲାବେଲେ ଦଇବ ତାକର ଉପରେ ନାତିର ବୋଝ୍‌ ଲଦି ଦେଇଛେ। ଏନ୍‌ତାଥି ବୁରୁଧ୍‌ ଦମ୍ପତି ଇ ବଏସେ ପରହରର କାମ୍‌ବୁତା କରି ନାତିକେ ପାଲପୋଷ ସଂଗେ ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୧୫ କେ.ଜି. ଚାଉଲ ସାହାଭରସା। ଯେନ୍‌ଟା ତିନ୍‌ ପରାନୀ କୁଟୁମ୍‌କେ ମାସେ ଚଲବାରେ ନିଅଁଟ୍‌ ହେଉଛେ। ଇଆଡ଼େ କପୁରଚନ୍‌ ବୁଢ଼ାବୁଢ଼ି ଭତାର ଲାଗି ବାରବାର ପଁଚେତ୍‌ରେ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଏନ୍‌ତା ପରିସ୍ଥିତିରେ ନାତିର ଭବିଷତ୍‌ କାଣା ହେବା ବଲି ଚିନ୍‌ତାରେ ପଡ଼ିଯାଇଛନ୍‌ ବୁରୁଧ୍‌ ଦମ୍ପତି। ଇ ଘଟନା ବାବ୍‌ଦେ ସୂଚନା ପାଇ ଧର୍ମଗଡ଼ର ସ୍ବେଚ୍ଛାସେବୀ ସଂଗଠନ ମୂଲନିବାସୀ ଯୁବ ଫେଡେରେଶନର ସଦସିଅମାନେ ଇ ଦୁଖି, ଅସାହା ପାରିବାରକେ ସାହାଯ୍‌ର ହାତ୍‌ ବଢ଼େଇଥିବାର ଜନାଯାଇଛେ। ସଦସିଅମାନେ ଦିନାକେତେ ତଲେ କପୁରଚନକଁର ଘରକେ ଯାଇ ଥିତି ପରଖିବାର ସଂଗେ କମଲେଶକଁର ଥଇଥାନ ସଂଗେ ପାଠ୍‌ପଢ଼ାର ବେବସ୍‌ତା କରବାର ଲାଗି କଥା ଦେଇଛନ୍‌। ସେନ୍‌ତା ସେମାନେ କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ବିଭାଗ ସଂଗେ ଯୋଗାଯୋଗ କରି ବହୁତ୍‌ ଜଲଦି କମଲେଶକୁଁ ଭବାନୀପାଟଣାକେ ନିଆଯିବା ବଲି ସଂଗଠନର ସଦସିଅ ଢଗ ନାଏକ, ଶ୍ୟାମସୁନ୍ଦର ମାଝି, ଭକତରାମ ସୁନାନୀ ପରମୁଖ କହିଛନ୍‌। ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ହବିବୁଲ୍ଲା ଖଁାକଁର ଦେଖ୍‌ରେଖରେ ଗୁଟେ ଦଲ ଆସି କମଲେଶକୁଁ ନେବେ ବଲି ସଂଗଠନର ସଦସିଅମାନେ କହିଛନ୍‌।

Share