Advertisement

ବୁରୁଧ୍‌ ମା’ବାପ୍‌ ଉପରେ ଦିବ୍ୟାଙ୍ଗ ପୁଓର ବୋଝ୍‌

ଲାଠୋର, ୬।୩ (ଡି.ଏନ୍‌.ଏ.)- ବଲାଙ୍ଗିର ଜିଲା ତୁରେକେଲା ବ୍ଳକ ଅଧୀନ ଲର୍କି ଗାଁର ଲୋଚନ ନାଗ। ସେ ଝନେ ଗରିବ୍‌ ଲୋକ୍‌। ଦୁଖ୍‌ସୁଖ କରି କୁଟୁମ୍‌ ପୁଷୁଛନ୍‌। ବଛ୍‌ରେ ତଲେ ବରଷାରେ ତାକର ଘରଟା ଭାଂଗି ଯାଇଛେ। ଆବାସ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପରଶାସନକେ ଗୁହାରି କରି ନିରାଶ ହେଇଛନ୍‌। ଇଆଡ଼େ ତାହାକୁ ମାନସିକ ରୋଗ୍‌ରେ ପୀଡ଼ିତ ଭେଁଡ଼ା ପୁଓର ଚିକିଛା ଚିନ୍‌ତା ଖାଇଯାଉଛେ। ଏନ୍‌ତାଥି ସେ ସରକାରୀ ସାହାଯ୍‌ ଲାଗି ପରଶାସନକେ ନିବେଦନ କରିଛନ୍‌।
ସୂଚନା ଅନ୍‌ସାରେ ଲର୍କି ଗଁାର ଲୋଚନ ନାଗକଁର ପରିବାର କହେଲେ ମାଏକିନା ସେବତୀ ଆର ଗୁଟେବଲି ଦିବ୍ୟାଙ୍ଗ ପୁଓ ବୁଣାକାରକୁଁ ନେଇ ତାକର ସଁସାର। ଜମିବାଡ଼ି ଟିକେ ଆର ପୁରନାକାଲିଆ ମାଏଟ୍‌ ଘରଟେ ରହିଛେ। ହେଲେ ବଏସ୍‌ ଅଧ୍‌କା ହେବାର ଲାଗି ଲୋଚନ ଚାଷବାସ କରି ନାଇଁପାରବାର। ଜମିକେ ଭଗାଲି ଦେଇଛନ୍‌। ସେଥ୍‌ରୁ ୪ ମାସର ଖାଏବାରଟା ବାହାରୁଛେ। ଇଆଡ଼େ ଗଲା ବଛର ବରଷାରେ ତାକର ଘରଟା ଭାଂଗି ଯାଇଛେ। ଏନ୍‌ତାଥି ଲୋଚନ କଣ୍ଟାବାଞ୍ଜି ତହସିଲଦାରକୁଁ ଘର ଭଂଗା ସାହାଯ୍‌ ଲାଗି ଗୁହାରି କରିଥିଲେ। ତହସିଲ ତରଫୁ ସାହାଯ୍‌ ହିସାବେ ତାହାକୁ ପଲିଥିନ ଖଁଡ଼େ ମିଲିଛେ। ଏହେଦେ ୩ ପରାନୀ କୁଟୁମ ସେ ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌। ଲୋଚନ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଜିଲାପାଳକଁର ଜନଶୁନାନି ଶିବିରରେ ନିବେଦନ କରି ନିରାଶ ହେଇଥିବାର କହିଛନ୍‌। ସରକାରୀ ସାହାଯ୍‌ କହେଲେ ପୁଓ ବୁଣାକାରକୁଁ ଦିବ୍ୟାଙ୍ଗ ଭତା ଆର ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ମିଲୁଛେ। ସେନ୍‌ତା ଲୋଚନ ଆର ତାକର ମାଏକିନା ସେବତୀ ବି ଭତା ପାଉଛନ୍‌। ସରକାରୀ ସାହାଯ୍‌ ଯାହା ମିଲୁଛେ ସେଟା ପେଟ୍‌କେ ଅଁଟୁଛେ। ହେଲେ ପୁଓ ଜନ୍‌ମୁ ଦିବ୍ୟାଙ୍ଗ ହେଇଥିଲାବେଲେ ବଛର କେତେଟା ତଲେ ସେ ମାନସିକ ରୋଗ୍‌ର ଶିକାର ହେଇଛନ୍‌। ପୁଓର ଏନ୍‌ତା ଅବସ୍‌ତା ଦେଖି ବୁରୁଧ୍‌ ମା’ବାପ୍‌ ଯାହା ପାରଲେ ଚିକିଛା କରାଲେ। ଭଲ ନାଇଁ ହେଲାରୁ ଶେଷେ ଧାରଉଧାର କରି ରାଞ୍ଚତ୍ ନେଇ ଚିକିଛା କରାଲେ। ଏହେଦେ ବୁଣାକାର ରାଞ୍ଚତ୍ ଡାକ୍‌ତର ଲେଖିଥିବାର ଉଷୋ ଫିଦିନ ଖାଉଛନ୍‌। ହେଲେ ଫିମାସ ପୁଓର ଲାଗି ହଜାରେ ଟଁକାର ଉଷୋକସା ଘନ୍‌ଲାବେଲେ ମୋତେ ଭିଡ଼ ପଡ଼ିଯାଉଛେ ବଲି ଲୋଚନ କହିଛନ୍‌। ଏହେଦେ ବୁଣାକାରକୁଁ ୩୬ ବଛର ବଏସ୍‌ ହେଇଥିଲାବେଲେ ବୁରୁଧ୍‌ ମା’ବାପ୍‌ ତାକର ଭବିଷତ୍‌ ଚିନ୍‌ତାରେ ଫିଦିନ ଆଏଁଖ୍‌ଥୁ ଲହ ଗଡ଼ଉଛନ୍‌। ଏନ୍‌ତାଥି ଉପେ ଶୂଇନ ବୁରୁଧ୍‌ ଦମ୍ପତି ଗଣମାଧ୍ୟମ ଜରିଆରେ ପୁଓକେ ଚିକିଛା ସାହାଯ୍‌ ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଜିଲା ପରଶାସନକେ ନିବେଦନ କରିଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share