ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେବା ସହ ରୋଗୀଙ୍କୁ ଘରୋଇ ମେଡିକାଲ ନେବାକୁ ପରାମର୍ଶ ଦେଉଥିଲେ। ଏହି ସମୟରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ବୁଧବାର କ୍ୟାପିଟାଲ ହସ୍ପିଟାଲ ପରିସରରୁ ୪ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା।