‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଜିଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ୬୫କିମି ବେଗରେ ପବନ ବହିବାକୁ ଥିବା ବେଳେ ଶନିବାର ୭୦ରୁ ୯୦ କିମି ବେଗରେ ପବନ ବହିବ। ସେହିଭଳି ପୁରୀ ଓ ଗଞ୍ଜାମରେ ୪୦ରୁ ୬୦ କିମି ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏନେଇ ଜିଲାପାଳ ନିଷ୍ପତ୍ତି ନେବେ। ପ୍ରଭାବିତ ହେବାକୁ ଥିବା ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ ଅଗ୍ନିଶମ ବିଭାଗ ସଜାଗ ରହିଥିବା ସେ କହିଛନ୍ତି।

Share