‘ବୁଲ୍‌ବୁଲ୍‌’ ପ୍ରଭାବ: ଧାମରା ବନ୍ଦରରେ ଓଲଟିଲା ଡଙ୍ଗା, ଫସିଥିବା ୯ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ର ଆଂଶିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ସୁଦ୍ଧା ଭଦ୍ରକରେ ଏହାର ପ୍ରଭାବ ବାରି ହୋଇପଡ଼ୁଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବୋହୁଥିବାରୁ ଧାମରା ମୁହାଣରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡଙ୍ଗା ଓଲଟି ପଡ଼ିଥିବା ସୂଚନା ମିଳିଛି। ତେବେ ଏଥିରେ ଥିବା ୯ଜଣ ମତ୍ସ୍ୟଜୀବୀ ଓ କର୍ମଚାରୀ ପହଁରି ପହଁରି ଧାମରା ମୁହାଣରେ ଥିବା କାଳିଭଞ୍ଜ ଡିଆଁ ଜଙ୍ଗଲରେ ଅଟକି ରହିଛନ୍ତି। ଓଲଟି ପଡ଼ିଥିବା ଡଙ୍ଗାଟି ସ୍ଥାନୀୟ ଧାମରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀଙ୍କର ବୋଲି ଜଣାପଡ଼ିଛି। ପବନ ଯୋଗୁ ବୋଟ୍‌ ସହାୟତାରେ ସେଠାରେ ପହଞ୍ଚିବା ସମ୍ଭବ ହୋଇନାହିଁ। ତହସିଲଦାର, ଧାମରା ଥାନା ଓ ମେରାଇନ୍‌ ଥାନା ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଓଡ୍ରାଫ୍‌ ଟିମ୍‌ର ସହାୟତା ନିଆଯାଇଛି। ମାତ୍ର ଅଦ୍ୟାବଧି ବିପନ୍ନଙ୍କ ନିକଟରେ କୌଣସି ସହାୟତା ପହଞ୍ଚତ୍ ପାରିନାହିଁ।

Share