ବୁଲା କୁକୁରଙ୍କ ପାଇଁ ଦରଦ

ରାଉରକେଲା ଅଫିସ,୧୧ା୪: ପେଶାରେ ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ହେଲେ ମନରେ ତାଙ୍କର ଜୀବେ ଦୟା ନୀତି ଭରି ରହିଛି। କରୋନା ପାଇଁ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ରାଉରକେଲା ସହରର ବୁଲା ପଶୁପକ୍ଷୀଙ୍କ ଅବସ୍ଥା ସଂଗୀନ ହୋଇ ପଡିଛି। ଏମିତି ବେଳରେ ଦକ୍ଷିଣ ରାଉରକେଲା ନବକୃଷ୍ଣନଗର ବାସିନ୍ଦା ୪ର୍ଥ ଶ୍ରେଣୀ କର୍ମଚାରୀ ମହେଶ୍ୱର ମହାଳିକ ନିଜ ଦରମା ଟଙ୍କାରୁ ଖାଦ୍ୟ ସାମଗ୍ରୀ କିଣି ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ପ୍ରବଳ ଖରାରେ ଆଉଟୁ ପାଉଟୁ କୁକୁର ପଲ ତାଙ୍କୁ ଦେଖିଲେ ପାଖକୁ ଧାଇଁ ଆସୁଛନ୍ତି। ନିଜ ରୋଜଗାରରୁ କିଛି ସେ ଏହି ଭୋକିଲା କୁକୁରଙ୍କ ପାଇଁ ଦୈନିକ ଖର୍ଚ୍ଚ କରିବାକୁ ମନସ୍ଥ କରିଥିବା କହିଛନ୍ତି। ଏବେ ସମସ୍ତ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ରହିଛି। ଏଣୁ ଏଭଳି ବୁଲା ପ୍ରାଣୀଙ୍କୁ ଖାଦ୍ୟାଭାବ ସଂକଟରେ ପକାଇଛି। ଏଣୁ ସମସ୍ତେ ଆଗକୁ ଆସିବାକୁ ସେ ଆହ୍ବାନ ଦେଇଛନ୍ତି।