Categories: ଜାତୀୟ

ବୁଲେଟପ୍ରୁଫ୍‌ ମନ୍ଦିରକୁ ସ୍ଥାନାନ୍ତର ହେବେ ରାମଲାଲା

ନୂଆଦିଲ୍ଲୀ,୯ା୩: ଆଗାମୀ ୨୫ରେ ଭକ୍ତମାନେ ରାମଲାଲାଙ୍କୁ ଦର୍ଶନ କରିବାକୁ ଗଲେ ସେମାନେ ଖୁବ୍‌ ପାଖରୁ ତାଙ୍କୁ ଦେଖିବାର ସୁଯୋଗ ପାଇବେ। କାରଣ ରାମଲାଲାଙ୍କୁ ସେଠାରେ ଥିବା ଏକ ବୁଲେଟପ୍ରୁଫ୍‌ ମନ୍ଦିରକୁ ସ୍ଥାନାନ୍ତର କରାଯାଉଥିବା ବିଶ୍ୱ ହନ୍ଦୁ ପରିଷଦ (ଭିଏଚ୍‌ପି) ନେତା ବିନୋଦ କୁମାର ବଂଶଲ କହିଛନ୍ତି। ଏବେ ଭକ୍ତମାନଙ୍କୁ ୫୨ ଫୁଟ ଦୂରରୁ ରାମଲାଲାଙ୍କୁ ଦର୍ଶନ କରିବାକୁ ପଡ଼ୁଛି। ଖୁବ୍‌ଶୀଘ୍ର ସେମାନେ ମାତ୍ର ୨୬ ଫୁଟ ଦୂରରୁ ଦେଖିବାର ସୁଯୋଗ ପାଇବେ। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଏକ୍ସ-ରେ ସ୍କାନିଂ ମେଶିନ୍‌ ଲାଗିବ ଏବଂ ବୟସ୍କ ଦର୍ଶକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବଂଶଲ ସୂଚନା ଦେଇଛନ୍ତି।

Share