Categories: ଜାତୀୟ

ବୁଲେଟ୍‌ ଟ୍ରେନ୍‌ ପରିଯୋଜନାର ସମୀକ୍ଷା କରିବେ ଉଦ୍ଧବ ସରକାର

ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍‌ ଟ୍ରେନ୍‌ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ବୁଲେଟ୍‌ ଟ୍ରେନ୍‌ ପରିଯୋଜନାକୁ କୃଷକ ଓ ଅନୁସୂଚିତ ଜନଜାତି ବିରୋଧ କରୁଛନ୍ତି। କାରଣ ଏଥିରେ ସେମାନଙ୍କୁ ଜମି ହରାଇବାକୁ ପଡୁଛି। ହେଲେ ଏହାକୁ ସରକାର ଅଧିଗ୍ରହଣ କରୁଛନ୍ତି। ରବିବାର ରାତିରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଉଦ୍ଧବ କହିଛନ୍ତି ଏହାର ସମୀକ୍ଷା ନିର୍ଦ୍ଦେଶ ଦିଆଯାଇଛି। କାରଣ ଏ ସରକାର ସାଧାରଣ ଜନତାଙ୍କ ସରକାର।

Share