ବୁଲେଟ୍‌ ଧକ୍କାରେ କାଉଡ଼ିଆ ଗୁରୁତର

ଫୁଲନଖରା,୨୮।୭(ଡି.ଏନ୍‌.ଏ.)- କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ବମ୍ପକୁଦଠାରେ ଶନିବାର ରାତିରେ ଏକ ବୁଲେଟ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଖବରପାଇ ଟ୍ରାଫିକ ଥାନା ପୋଲିସ ପହଞ୍ଚତ୍ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ସେ ହେଲେ ଜଟଣୀ ଥାନା ଯାଅଁାଳା ଗୌଡ଼କାଶିପୁର ଗ୍ରାମର ରୋଶନ ସ୍ବାଇଁ। ସୂଚନା ଅନୁଯାୟୀ, କଟକର ଗଡ଼ଗଡ଼ିଆ ଘାଟରୁ ରୋଶନ ପାଣି ଉଠାଇ ଯାଆଁଳା ଅଭିମୁଖେ ପାଣିଭାର ନେଇ ଯାଉଥିବାବେଳେ ବମ୍ପକୁଦଠାରେ ବିଏଚ୍‌ୟୁ-୯୬୮୭ ନଂ ବିଶିଷ୍ଟ ଏକ ବୁଲେଟ ପଛରୁ ଆସି ଧକ୍କା ଦେବାରୁ ଛିଟିକି ପଡିଯାଇ ଗୁରୁତର ହୋଇଥିଲେ। ପରେ ଟ୍ରାଫିକ ଥାନାର ଏସ୍‌ଆଇ ଆର.ସି. ମହାନ୍ତି ଘଟଣାସ୍ଥଳକୁ ଆସି ରୋଶନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ବୁଲେଟକୁ ପୋଲିସ ଜବତ କରିଛି।

Share