Categories: ଫୁରସତ

ବୁଲେଟ୍‌ ପ୍ରୁଫ୍‌ ଟଏଲେଟ୍‌ : ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ମଣିଷର ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୁଏ। ଚାଇନାରେ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବ୍ୟବସାୟୀ। ପୂର୍ବରୁ ଗୀତାର, ଜୋତା ଆଦି ସୁନାରେ ତିଆରି କରିଥିବାବେଳେ ଏବେ ସୁନାର ଟଏଲେଟ୍‌ ତିଆରି କରିଛନ୍ତି, ଯାହାର ଦାମ୍‌ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଚାଇନାରେ ଆୟୋଜିତ ବାଣିଜି୍ୟକ ମେଳାରେ ଏହି ଟଏଲେଟ୍‌ ପ୍ରଦର୍ଶନ କରାଯାଇଛି। ଏହା ବୁଲେଟ୍‌ ପ୍ରୁଫ୍‌ ସହ ସୁନା ଏବଂ ହୀରାରେ ତିଆରି ହୋଇଛି। ଏଥିରେ ୩୩୪.୬୮ କ୍ୟାରେଟ୍‌ର ୪୦ ହଜାର ୮୧୫ଟି ହୀରା ଖଚିତ ହୋଇଛି। ଏହାର ଦାମ୍‌ ରହିଛି ୯ କୋଟିରୁ ଊର୍ଦ୍ଧ୍ୱ। ଏହି ମେଳାରେ ଅନ୍ୟସବୁ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହୋଇଛି। ମାତ୍ର ସବୁଠୁ ଆକର୍ଷଣୀୟ ପାଲଟିଛି ଉକ୍ତ ଟଏଲେଟ୍‌। ଏହାକୁ ଅରୋନ୍‌ ଶୁମ୍‌ ଜୁଏଲାରି ଫାର୍ମ ପାଇଁ ତିଆରି କରାଯାଇଛି।

ଜୁଏଲାରି ଫାର୍ମ ପକ୍ଷରୁ ପ୍ରକାଶ ଯେ, ଏଥିରେ ସବୁଠୁ ଅଧିକ ହୀରା ଖଞ୍ଜାଯାଇଛି। ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟରେ ଏହାକୁ ତିଆରି କରାଯାଇଛି। ଏହା ଅରୋନ୍‌ ଶୁମ୍‌ଙ୍କ ୧୦ମ ଗିନିଜ୍‌ ରେକର୍ଡ।

ଶୋ’ ରୁମ୍‌ ପକ୍ଷରୁ ଏହା ପୂର୍ବରୁ ୪୦୦ କ୍ୟାରେଟ୍‌ର ୧୦ ହଜାର ହୀରାରେ ଏକ ଗୀତାର ଏବଂ ଜୋତା ମଧ୍ୟ ତିଆରି କରାଯାଇଛି। ଗୀତାରର ଦାମ୍‌ ୧୪ କୋଟି ଥିବାବେଳେ ଜୋତାର ଦାମ୍‌ ୩୦ କୋଟି ଥିଲା। ଚାଇନାରେ ଆୟୋଜିତ ଇଣ୍ଟରନ୍ୟାଶନାଲ ଇମ୍ପୋର୍ଟ ଏକ୍ସପୋ’ରେ ଏହା ପ୍ରଦର୍ଶିତ ହୋଇଥିଲା।

Share