ବୁଲ୍‌ବୁଲ୍‌ ଆତଙ୍କ: ଲକ୍ଷେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କଲା ବାଂଲାଦେଶ

ଢ଼ାକା,୯।୧୧: ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଆସନ୍ତା ୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ। ଏହା ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ଉପକୂଳ ଅଞ୍ଚଳରେ ବାସ କରୁଥିବା ଲକ୍ଷେରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଅସ୍ଥାୟୀ ଶିବିରରେ ଲୋକଙ୍କୁ ରଖାଯାଇ ରିଲିଫ୍‌ କାର୍ଯ୍ୟ ଆରମ୍ଭ ହୋଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳଙ୍କୁ ସଜାଗ ରଖାଯାଇଛି।

Share