ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ: ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ବୁଲ୍‌ବୁଲ ଯୋଗୁ କେତେ କ୍ଷୟକ୍ଷତି ହୋଇଛି ତା’ର ଆକଳନ କରିବା ଲାଗି କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟର ଏକ ପ୍ରତିନିଧି ଦଳ ଆସନ୍ତା ୧୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁ୍‌ଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ୱରେ ଆନ୍ତଃ-ମନ୍ତ୍ରଣାଳୟ ପ୍ରତିନିଧି ଦଳ ଆସିବେ। ଏହି ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କନ୍ସଲଟାଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସ୍‌.ଏସ୍‌. ମୋଦି, କେନ୍ଦ୍ରୀୟ ଜଳ ଆୟୋଗ ସୁପରିଣ୍ଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍‌ ସିଂ, କୃଷି ବିଭାଗ ପାଟଣା ସ୍ଥିତ ଡିଆର୍‌ଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଓ ସଡ଼କ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ସୁନୀଲ୍‌ କୁମାର ସାମିଲ ଅଛନ୍ତି। କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆଦି ଅଞ୍ଚଳ ବୁଲିବେ।

Share