‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ରବିବାର ଚାନ୍ଦବାଲି ଗସ୍ତ କରିଛନ୍ତି। ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବ୍ଲକ ସଭାଗୃହରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ଏଡିଏମ୍‌ ଶ୍ୟାମାଭକ୍ତ ମିଶ୍ର, ଏପିଡି ରାଜେନ୍ଦ୍ର ପଣ୍ଡା, ବିଡଓ ଶ୍ୟାମସୁନ୍ଦର ଟୁଡୁ, ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।