ବୁଲ୍‌ବୁଲ୍‌ ପାଇଁ ରେଳପଥ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ହେଲ୍‌ପ୍‌ଲାଇନ ନମ୍ବର ଜାରି

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏଥିସହ ଯାତ୍ରୀମାନଙ୍କ ପାଇଁ ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ୮୪୫୫୮୮୫୯୩୯, ୦୬୭୪-୨୩୦୩୫୬୪ ନମ୍ବରରେ ଯାତ୍ରୀମାନେ ଯୋଗାଯୋଗ କରିପାରିବେ। ଏଥିସହ ପ୍ରମୁଖ ଅଧିକାରୀମାନଙ୍କୁ ବାତ୍ୟା ପ୍ରଭାବ ଉପରେ ନଜର ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀମାନେ ୨୪ ଘଣ୍ଟିଆ ଦାୟିତ୍ୱରେ ରହି ଯାତ୍ରୀ ଓ ରେଳ ସୁରକ୍ଷା ସ୍ଥିତି ତଦାରଖ କରିବେ।

Share