ବୁଲ୍‌ବୁଲ୍‌ ପ୍ରଭାବ : ଘର ଉପରେ ପଡ଼ିଲା ନଡ଼ିଆଗଛ

ଆନନ୍ଦପୁର,୯।୧୧(ସ୍ବ.ପ୍ର.): ‘ବୁଲ୍‌ବୁଲ୍‌’ ପ୍ରଭାବରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଶନିବାର ଅପରାହ୍ନରୁ ପବନର ବେଗ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆନନ୍ଦପୁର ପୌରପରିଷଦ ଫକୀରପୁର ପତି ସାହିରେ ଏକ ଘର ଉପରେ ଗୋଟିଏ ନଡ଼ିଆ ଗଛ ଉପୁଡ଼ି ପଡ଼ିଛି। ସାହିର ବିନ ସ୍ବାଇଁଙ୍କ ଚାଳଛପର ଘର ଉପରେ ନଡ଼ିଆ ଗଛଟି ପଡ଼ିଯାଇଥିଲେ ସୁଦ୍ଧା କାହାର କିଛି କ୍ଷତି ହୋଇନାହିଁ। ଆନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରହି ନଡ଼ିଆ ଗଛ କାଟି ବାହାର କରିଛନ୍ତି। ଘରର ଅର୍ଦ୍ଧାଧିକ ଅଂଶ ଭାଙ୍ଗିଯାଇଛି।