ବୃକ୍ଷରୋପଣ କଲେ ବିଚାରପତି

ଭଦ୍ରକ ଅଫିସ,୫।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ବିଚାରପତି ଯୋଗଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ତହସିଲଦାର ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।