ବୃଦ୍ଧଙ୍କଠାରୁ ୫୦ ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ

ହାଟିଡିହି,୬।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଞ୍ଚୋ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ଶୁକ୍ରବାର ଅପରାହ୍ନରେ ଜଣେ ବୃଦ୍ଧ ୫୦ ହଜାର ଟଙ୍କା ଉଠାଣ କରି ଆସୁଥିବାବେଳେ ଲୁଟେରାମାନେ ଛଡ଼ାଇ ନେଇଛନ୍ତି। ସୂଚନାଯୋଗ୍ୟ, ସୋସୋ ଥାନା ଅନ୍ତର୍ଗତ ମଙ୍ଗୁଳୁ ନାହାକ (୬୫) ତାଙ୍କ ସ୍ତ୍ରୀଙ୍କ ସହ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। କାଳିଆ ଯୋଜନାରେ ୫ହଜାର ଟଙ୍କା ଏବଂ ଗୃହ ନିର୍ମାଣ ବାବଦକୁ ୪୫ ହଜାର ଟଙ୍କା ସର୍ବମୋଟ ୫୦ହଜାର ଟଙ୍କା ଉଠାଇଥିଲେ। ଉଠାଇଥିବା ଟଙ୍କାକୁ ଏକ ବ୍ୟାଗରେ ପୂରାଇ କାନ୍ଧରେ ପକାଇଥିଲେ। ବାଟରେ ପରିସ୍ରା କରୁଥିବାବେଳେ ଲୁଟେରାମାନେ ଏକ ମୋଟରସାଇକେଲ୍‌ରେ ଆସି ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ଆନନ୍ଦପୁର ଅଭିମୁଖେ ଚାଲିଯାଇଥିଲେ। ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।