Posted inଗଜପତି

ବୃଦ୍ଧଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କଲେ: ଗୁଣି ସନ୍ଦେହରେ ହତ୍ୟା, ମୋହନା ଅଞ୍ଚଳରେ ଚାଞ୍ଚଲ୍ୟ

ମୋହନା,୧୪ା୧୧(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତ ଭାଲିଆସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହାଣି ହତ୍ୟା କରାଯାଇଛି। ସେ ହେଲେ ଉକ୍ତ ଗ୍ରାମର ଦାସୁ ମଳିକ (୬୫)। ମୃତଦେହର ଗଣ୍ଡି ମିଳିଥିବାବେଳେ ମୁଣ୍ଡ ମିଳୁନାହିଁ।
ପ୍ରକାଶ ଯେ, ଦାସୁ ବହୁଦିନ ହେଲା ଅଞ୍ଚଳର ଲୋକଙ୍କ ଦେହ ଖରାପ ହେଲେ ଚେରମୂଳି ଔଷଧ ଦେବା ସହ ଝଡାଫୁଙ୍କା କରିଥାନ୍ତି। ମାତ୍ର କିଛିଦିନ ତଳେ କେତେଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ସେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆପୋଷ ବୁଝାମଣା ପରେ ସମସ୍ୟାର ସମାଧାନ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଦାସୁ ତାଙ୍କ ମକା କିଆରିକୁ କାମ କରିବାକୁ ଯାଇଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର ଖୋଜଖବର ମିଳି ନ ଥିଲା। ବୁଧବାର ସକାଳୁ ଦାସୁଙ୍କ ସ୍ତ୍ରୀ ଖୋଜିବାକୁ ମକା କିଆରିକୁ ଯାଇଥିବାବେଳେ ସେଠାରେ ତାଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିଥିଲେ। ଗଁାକୁ ଆସି ଘଟଣା ସମ୍ପର୍କରେ କହିବା ପରେ ଦାସୁଙ୍କ ପୁଅ ପ୍ରେମାନନ୍ଦ ମୋହନା ଥାନାରେ ଜଣାଇଥିଲେ। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ପହଞ୍ଚତ୍ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବା ସହ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲେ। ମୋ ବାପାଙ୍କୁ ବେଣୀପଦର ଗ୍ରାମର ସାନୁଜ ମଳିକ ଓ ତାଙ୍କ ଭାଇ ସରୋଜ ହତ୍ୟା କରିଥିବା ପ୍ରେମାନନ୍ଦ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନଂ.୨୦୨/୧୯ରେ ଏକ ହତ୍ୟା ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସାନୁଜଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସରୋଜ ସହ ମିଶି ସେ ଧାରୁଆ ଅସ୍ତ୍ରରେ ଦାସୁଙ୍କୁ ହାଣି ହତ୍ୟା କରିଥିବା ସ୍ବୀକାର କରିଥିଲା। ତାଙ୍କ ପରିବାରରେ ଜଣଙ୍କ ଦେହ ଖରାପ ହେଉଥିବାବେଳେ ଦାସୁ ଗୁଣି କରୁଥିବାରୁ ଏପରି ହେଉଥିବା ସାନୁଜ ସନ୍ଦେହ କରୁଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ସେ ହତ୍ୟା କରିଥିବା ପୋଲିସ ଆଗରେ ସେ ସ୍ବୀକାର କରିଥିବା ଏସ୍‌ଡିପିଓ ମହାନ୍ତି ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ

ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି...

ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା

ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି।...

ଆଜି ଏସବୁ ଜିଲାରେ ସ୍କୁଲ ଛୁଟି

କୋରାପୁଟ,୩୦।୮: ଆଜି କୋରାପୁଟ ଜିଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲାପାଳ ସମସ୍ତ ସ୍କୁଲ ସମେତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ...

ବନ୍ଧରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮।୮(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ରାଜୁଗୁରୁ ସାହି ନିକଟ ସଦରା ବନ୍ଧରେ ବୁଡି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ...

ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ…

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା...

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ଗଜପତି,୭ା୮(ଗିରିଧାରୀ ପରିଚ୍ଛା): ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ଆର୍‌ ଉଦୟଗିରି...

ହୋଲି ଦିନ ଘରେ ପଶି ସଂଘବଦ୍ଧ ଭାବେ କରିଥିଲେ ହତ୍ୟା: ଆସିଲା ରାୟ

ପାରଳାଖେମୁଣ୍ଡି,୧।୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri