ବୃଦ୍ଧାଙ୍କୁ ଗଛତଳୁ ଉଦ୍ଧାର କଲା ପ୍ରଶାସନ

ନୂଆପଡା ଅଫିସ,୪।୪- ନୂଆପଡ଼ା ଜିଲା କୋମନା ବ୍ଲକ ପ୍ରଶାସନ ସାବିତ୍ରୀ ତାଣ୍ଡି (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ଘର ସ୍ଥାନୀୟ ଧୂମାଭଟା ଗାଁରେ ବୋଲି ଜଣାପଡିଛି । ସେ ଭୋକଉପାସରେ ପଣ୍ଡରାପଥର ଗାଁ ମୁଣ୍ଡ ବରଗଛ ତଳେ ରହିଥିଲେ। ମଦର ଟେରେସା ସର୍ଭିସ ତରଫରୁ ତାଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଦେଇ ବ୍ଲକର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଡିଓ ଶ୍ୟାମଳ ରଏ ଗାଁରେ ପହଞ୍ଚି ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ନୂଆପଡାସ୍ଥିତ ଜରାଶ୍ରମକୁ ପଠାଇଛନ୍ତି ।