ବୃଦ୍ଧାଙ୍କୁ ଧକ୍କାଦେଇ ଭାରସାମ୍ୟ ହରାଇଲା ବାଇକ୍‌: ଆରୋହୀ ଗୁରୁତର

ହାଡଡିହୀ,୨୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣାଛକଠାରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ ଥିବା ବେଳେ ଜଣେ ବୃଦ୍ଧା ସାମାନ୍ୟ ଆହତ ହୋଇଛନ୍ତି। ତେବେ ଉଭୟଙ୍କ ପରିଚୟ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ରାସ୍ତାରେ ଜଣେ ବୃଦ୍ଧା ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ଆରୋହୀ ତାଙ୍କୁ ଧକ୍କା ଦେଇଥିଲେ। ଭାରସାମ୍ୟ ହରାଇ ରାସ୍ତାରେ ପଡିଯିବାରୁ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।