ବୃଦ୍ଧାଙ୍କ ମୃତ୍ୟୁ ଘଟଣା ନେଇ ୨ ଗିରଫ

କପ୍ତିପଦା,୨ା୧୧(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ମହୁଲପଙ୍ଖା ଛାଞ୍ଚୁଣିଆ ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟଣାରେ ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସେହି ଗ୍ରାମର ସୁନୀଲ ରାଉତ ଓ ସମରାଏ ହେମ୍ବ୍ରମ୍‌। ଗତ ୨୦ ତାରିଖ ରାତି ୮ ଟାରେ ଅଭିଯୁକ୍ତମାନେ ମଦ ପିଇ ଗଣ୍ଡଗୋଳ କରୁଥିବାବେଳେ ମକୁରୁ ଚାତାରଙ୍କ ପତ୍ନୀ ସୁଗୁନୀ (୫୫) ଏହାକୁ ବିରୋଧ କରିଥିଲେ। ଏଥିରେ ରାଗିଯାଇ ସୁନୀଲ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସୁଗୁନୀଙ୍କୁ ପରିବାର ଲୋକେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ଏ ସମ୍ପର୍କରେ ସୁଗୁନୀଙ୍କ ପୁଅ ବୁଧିରାମ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ଏକ ମାମଲା(ନଂ.୧୪୫/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା।