ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ ବୃଦ୍ଧାଶ୍ରମର ପ୍ରଶାସନ ବିରୋଧରେ Maintenance&Welfare of Parents&Senior Citizens Act, 2007 ଆଧାରରେ ମାମଲା ରୁଜୁ କରିଛନ୍ତି। ସୂଚନାଯୋଗ୍ୟ, ତେଲେଙ୍ଗାନା ପୋଲିସକୁ ଏ ସମ୍ପର୍କରେ ଖବର ଥିବାରୁ ପୋଲିସ ଉକ୍ତ ବୃଦ୍ଧାଶ୍ରମ ଉପରେ ଚଢାଉ କରି ଉକ୍ତ ବରିଷ୍ଠ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା।