Categories: ଜାତୀୟ

ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଛୋଟ ପିଲାଙ୍କୁ ଦିଆଯାଉଛିି ନୈତିକ ମୂଲ୍ୟବୋଧ ଶିକ୍ଷା

ଭୋପାଳ,୨୮।୮: ମଧ୍ୟପ୍ରଦେଶ କୋଲାରଠାରେ ଥିବା ଆପନା ଘର ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଏଠାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କ ପକ୍ଷରୁ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏପରି କରାଯାଉଛି। ଏଠାକୁ ୫ରୁ ୧୬ ବର୍ଷ ବୟସ୍କ ପିଲା ଆସୁଛନ୍ତି। ସେମାନଙ୍କୁ ବଡ଼ ହୋଇ ନିଜ ମାତାପିତାଙ୍କୁ ଘରୁ ନ ତଡ଼ିବା ପାଇଁ ଶିକ୍ଷା ଦିଆଯିବା ସହିତ ସେମାନଙ୍କର ଆଦର ଯତ୍ନ ଏବଂ ସେବା କରିବା ଲାଗି କୁହାଯାଉଛି। ପରିବର୍ତ୍ତିତ ସମୟରେ ସମାଜରେ ଆସିଥିବା ନକାରାତ୍ମକ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି ପାଇଁ ଆଶ୍ରମ ପକ୍ଷରୁ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ଏଠାରେ ରହୁଥିବା ଅଧିକାଂଶ ବୃଦ୍ଧାବୃଦ୍ଧଙ୍କୁ ସେମାନଙ୍କ ସନ୍ତାନମାନେ ଘରୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇଛନ୍ତି। ଏବେ ନୈତିକ ମୂଲ୍ୟବୋଧ ଶିକ୍ଷା ପାଇଁ ପ୍ରତି ଗୁରୁବାର ବୃଦ୍ଧାଶ୍ରମରେ ଛୋଟ ପିଲାଙ୍କ ଗହଳି ବଢ଼ିବାରେ ଲାଗିଛି।

Share