ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ସହାୟତା

ବାଲେଶ୍ୱର ଅଫିସ,୧୭।୪- ବାଲେଶ୍ୱର ଜିଲା ସହଦେବଖୁଣ୍ଟାର ଚାନ୍ଦମାରିପଡ଼ିଆ ସ୍ଥିତ ‘ଅମୃତଧାରା’ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନିଖିଳ ଉତ୍କଳ ୪ର୍ଥଶ୍ରେଣୀ ସରକାରୀ କର୍ମଚାରୀ ସଂଘ ତରଫରୁ ସାମ୍ପ୍ରତିକ ଲକ୍‌ଡାଉନ୍‌ ସମୟରେ ଦୈନନ୍ଦିନ ଖାଦ୍ୟବାବଦକୁ ପନ୍ଦର ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର ସଂଘର ବାଲେଶ୍ୱର ଜିଲା ଶାଖା ତରଫରୁ ସଭାପତି ଉମାକାନ୍ତ ପରିଡ଼ା, ଉପସଭାପତି ଦିଲ୍ଲୀପ ଦାସ, ସମ୍ପାଦକ କମଳାକାନ୍ତ ବେହେରାଙ୍କ ସମେତ ରବୀନ୍ଦ୍ର ପରିଡ଼ା, ମଧୁସୂଦନ ବେହେରା, ଆଇନଜୀବୀ ମନୋଜ ନାୟକ, ସ୍ଥାନୀୟ ଅଧିବାସୀ ଗୌରାଙ୍ଗ ପାଣିଗ୍ରାହୀ ଓ ଗୋପାଳଚନ୍ଦ୍ର ନାୟକ ପ୍ରମୁଖ ବୃଦ୍ଧାଶ୍ରମରେ ପହଞ୍ଚତ୍ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ବୃଦ୍ଧାଶ୍ରମର ପରିଚାଳକ ଅଶୋକ କୁମାର ପୁରୀ, ସରୋଜ ମହାପାତ୍ର, ବଳରାମ ସେଠୀ ଓ ସୁଧାଂଶୁ ବିହାରୀ ସଂଘର କର୍ମକର୍ତ୍ତାମାନଙ୍କଠାରୁ ସହାୟତା ରାଶି ଗ୍ରହଣ କରି ସେମାନଙ୍କ ବଦାନ୍ୟତା ପାଇଁ କୃତଜ୍ଞତା ଜଣାଇଥିଲେ। ସମ୍ପୂର୍ଣ୍ଣ ବେସରକାରୀ ଭାବେ ବଦାନ୍ୟ ବ୍ୟକ୍ତିମାନଙ୍କ ଦାନରୁ ଏହି ଦୁଃସ୍ଥ ଓ ଜରାପୀଡ଼ିତ ପ୍ରାୟ ୨୦ଜଣ ନିରାଶ୍ରୟ ମହିଳା ଓ ପୁରୁଷଙ୍କୁ ଏହି ଆଶ୍ରମରେ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଆଶ୍ରମର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ।