Categories: ଜାତୀୟ

ବୃଦ୍ଧି ପାଇବ ଭାରତର ପ୍ରତିରକ୍ଷା ଶକ୍ତି: ଆମେରିକା ସହିତ କରାଯିବ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ଏବଂ ନାଭାଲ୍‌ ସ୍ପାଏ ପ୍ଲେନ୍‌ ଯୋଗାଇ ଦେବ। ଚଳିତ ବର୍ଷ ଜୁନ୍‌ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତକୁ ଡ୍ରୋନ୍‌ ବିକ୍ରି କରିବା ଲାଗି ସ୍ବୀକୃତି ପ୍ରଦାନ କରିଥିଲେ। ତେବେ ଚୁକ୍ତି ଆସନ୍ତା ୨୦୨୦ ଫେବୃୟାରୀ-ମାର୍ଚ୍ଚରେ ହେବ ବୋଲି କୁହାଯାଉଛି। ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ପାଇଁ ୪.୫ ବିଲିୟନ୍‌ ଡଲାରର ଚୁକ୍ତି କରାଯିବାର ସମ୍ଭାବନା ରହିଛି। ସେହିପରି ନାଭାଲ୍‌ ସ୍ପାଏ ପ୍ଲେନ୍‌ ନେଇ ପ୍ରାୟ ୩ ବିଲିୟନ୍‌ ଡଲାରର ଚୁକ୍ତି ଦୁଇ ଦେଶ ମଧ୍ୟରେ କରାଯିବାର ଆଶା ରହିଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share