ବୃଦ୍ଧି ହେବ କରୋନା ଭାଇରସ ଯୋଗୁ ଭାରତରେ ଫସିଥିବା ବିଦେଶୀଙ୍କ ଭିଜା ଅବଧି

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସକୁ ନେଇ ଦେଶରେ ହଠାତ୍‌ ଲକ୍‌ ଡାଉନ ଘୋଷଣା କରାଯିବା ପରେ କେତେଜଣ ବିଦେଶୀ ନାଗରିକ ଭାରତରେ ଫସି ରହିଛନ୍ତି। ଏହି ସମୟ ମଧ୍ୟରେ ଯେଉଁମାନଙ୍କର ଭିଜା ଅବଧି ଶେଷ ହୋଇ ଯାଉଥିବ ସେମାନଙ୍କ ପାଇଁ ବିନା ମୂଲ୍ୟରେ ଏହି ଅବଧିକୁ ବୃଦ୍ଧି କରାଯିବ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ମେ’ ୩, ୨୦୨୦ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇ ପାରିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ଣ୍ୟ ସଲିଳା ଶ୍ରୀବାସ୍ତବ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସମସ୍ତ ସୂଚନା ପାଇଁ ୧୧୨ରୁ କଲ୍‌ କରିବାକୁ ମଧ୍ୟ କୁହାଯାଇଛି।

Share