ବୃହତ୍‌ ବନ୍ଦର ଆଥ୍‌ଲେଟିକ୍‌ ମିଟ୍‌ ଉଦ୍‌ଘାଟିତ

ପାରାଦୀପ, ୧୭।୧ (ସ୍ବ.ପ୍ର.): ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ଗୁରୁବାର ସର୍ବଭାରତୀୟ ବୃହତ୍‌ ବନ୍ଦର ଆଥ୍‌ଲେଟିକ୍‌ ମିଟ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଲ୍‌ ଇଣ୍ଡିଆ ମେଜର ପୋର୍ଟ ସ୍ପୋଟର୍‌ସ କାଉନ୍‌ସିଲ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଉଦ୍‌ଘାଟନ କରିଛନ୍ତି। ଏଥିରେ ଭାରତର ୧୨ଟି ବୃହତ୍‌ ବନ୍ଦର ମଧ୍ୟରୁ ୮ଟି ବନ୍ଦରର ୨୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି। ପ୍ରତିଯୋଗିତାରେ ୧୨୫ ପ୍ରକାର ଖେଳ ହେବ, ଯାହାକୁ ଶହେରୁ ଊର୍ଦ୍ଧ୍ୱ ପ୍ରଶିକ୍ଷକ ପରିଚାଳନା କରିବେ। ଉଦ୍‌ଘାଟନୀ ଅବସରରେ ଖେଳ ପରିଚାଳନା କମିଟି ଅଧ୍ୟକ୍ଷ ଏସ୍‌.କେ. ମିଶ୍ର ଓ ଲେଡିଜ୍‌ କ୍ଲବ୍‌ ସଭାନେତ୍ରୀ ଶୁଭଲକ୍ଷ୍ମୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଗୋପବନ୍ଧୁ କ୍ରୀଡ଼ା ସଂସଦ ପକ୍ଷରୁ ବବ୍‌ଲୁ ସିକ୍‌ଦାର, ରଞ୍ଜନ ବେଉରା ସ୍ବାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ। ଆସନ୍ତା ରବିବାର ପ୍ରତିଯୋଗିତା ଉଦ୍‌ଯାପିତ ହେବ।