Categories: ଜାତୀୟ

ବେଅନ୍ତ ସିଂ ହତ୍ୟାକାରୀଙ୍କ ଦଣ୍ଡ କୋହଳ

ନୂଆଦିଲ୍ଲୀ,୩୦ା୯(ପି.ଟି.): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ବଲଓ୍ବନ୍ତ ସିଂ ରାଜୋଆନାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପଞ୍ଜାବରୁ ଆତଙ୍କବାଦର ମୂଳୋତ୍ପାଟନ କରିବାର ଶ୍ରେୟ ନେଇଥିବା ବେଅନ୍ତ ସିଂଙ୍କୁ ୧୯୯୫ ଅଗଷ୍ଟ ୩୧ରେ ହତ୍ୟା କରାଯାଇଥିଲା। ଏଥିରେ ଅନ୍ୟ ୧୬ ଜଣ ନିହତ ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ପଞ୍ଜାବ ପୋଲିସ କର୍ମଚାରୀ ଦିଲଓ୍ବର ସିଂଙ୍କୁ ମାନବବୋମା ଭାବେ ବ୍ୟବହାର କରାଯାଇଥିଲା। ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ ବିଭିନ୍ନ ଜେଲ୍‌ରେ ଥିବା ପଞ୍ଜାବ ଆତଙ୍କବାଦ ସମୟର ୮ ଶିଖ୍‌ ଅପରାଧୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ସୂଚନା ଦେଇଛନ୍ତି।

Share