ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି। ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ ହାନୀ ସହ ପରିବେଶ ପ୍ରଦୂଷିତ ହେଉଛି। ଏପରିକି ରୁଷିକୂଲ୍ୟା ନଦୀ ପଠାରେ ମଧ୍ୟ ଇଟାଭାଟି କରାଯାଉଛି। ଭାଟି ମାଲିକମାନେ ମନଇଛା ଦରରେ ଇଟା ଲୋକଙ୍କୁ ବିକ୍ରି କରି ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଛତ୍ରପୁର, ଗଞ୍ଜାମ ସମେତ ବିଭିନ୍ନ ତହସିଲ ଅଞ୍ଚଳରେ ଏପରି ବେଆଇନ୍ ଭାବେ ଇଟାଭାଟି ଚାଲିଛି। ଏପରିକି ବାହାର ଜିଲାର ଶ୍ରମିକମାନଙ୍କୁ ଦଲାଲମାନଙ୍କ ଜରିଆରେ ଆଣି ଉକ୍ତ ଇଟାଭାଟିରେ ନିୟୋଜିତ କରାଯାଉଛି। ବିଭିନ୍ନ ସମୟରେ କହିବା ମୁତାବକ ମଜୁରି ମଧ୍ୟ ଶ୍ରମିକମାନଙ୍କୁ ମିଳୁ ନ ଥିବା ଘଟଣା ଦୃଷ୍ଟିକୁ ଆସୁଛି। ଗତ ସପ୍ତାହରେ ଗଞ୍ଜାମ ବ୍ଲକ ସୁବଳୟାରେ ଥିବା ଇଟାଭାଟି ଶ୍ରମିକମାନଙ୍କଠାରେ ଘଟିଥିବା ଘଟଣା ଏହାର ଉଦାହରଣ। ଆହୁରି ଜଣାଯାଇଛି ଇଟାଭାଟି ଗୁଡିକରେ ଅନ୍ୟ ଜିଲାର ଶ୍ରମିକମାନେ ନିଜ ପରିବାର ସଦସ୍ୟଙ୍କ ସହ ଆସି ଏଠାରେ କାମ କରୁଛନ୍ତି। ଏପରିକି ପରିବାରର ସଦସ୍ୟଙ୍କ ସହ ଙdଙ୍କଶିଶୁମାନେ ମଧ୍ୟ ଇଟାଭାଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଫଳରେ ଶିଶୁମାନଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଉଛି। ଛତ୍ରପୁର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏପରି ବେଆଇନ ଭାବେ ଇଟାଭାଟି ଚାଲୁଥିବା ଜଣାପଡିଛି। ଅପରପକ୍ଷରେ ଗଞ୍ଜାମ ବ୍ଲକ ସୁବଳୟା ନିକଟରେ ଥିବା ଇଟାଭାଟିରେ ନିୟୋଜିତ ବରଗଡ ଜିଲାର ଶ୍ରମିକମାନଙ୍କ ଘଟଣା ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ୍ ଇଟାଭାଟି ଚାଲୁଥିବା ଓ ଶିଶୁମାନଙ୍କୁ ଏଥିରେ ନିୟୋଜିତ କରୁଥିବା ନେଇ ଅଭିଯୋଗ ସମ୍ପର୍କରେ ଜିଲାପାଳ ଅବଗତ ହୋଇଛନ୍ତି। ଏହାପରେ ସବୁ ଇଟାଭାଟି ଗୁଡିକ ଯାଞ୍ଚ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶଯେ, ଗତ ସପ୍ତାହରେ କମ୍ ମଜୁରି ଏବଂ ବାତ୍ୟା ଫନୀ ବେଳେ ଭାଟି ମାଲିକ କୌଣସି ବ୍ୟବସ୍ଥା କରି ନ ଥିବାରୁ ବରଗଡ ଜିଲାରୁ ଆସିଥିବା ୮୦ ଶ୍ରମିକ ସୁବଳୟା ନିକଟ ଇଟାଭାଟିରୁ ଲୁଚି ପଳାଇ ଆସିଥିଲେ। ଏଥିରେ କେତେକ ହୁମ୍ମା ଷ୍ଟେଶନରେ ଥିବା ବେଳେ ଅନ୍ୟ ଶ୍ରମିକମାନେ ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଉକ୍ତ ୮୦ ଶ୍ରମିକଙ୍କ ଖାଇବା ବ୍ୟବସ୍ଥା ସହ ସେମାନଙ୍କ ଘରକୁ ଜିଲାପାଳ ପଠାଇଥିଲେ। ଇଟା ଭାଟି ସିଲ୍ କରାଯିବା ସହ ମାଲିକଙ୍କୁ ୪୦ ହଜାର ଟଙ୍କା ଜରିମାନା ଏବଂ କାରଣଦର୍ଶାଅ ନୋଟିସ୍ ଗଞ୍ଜାମ ତହସିଲଦାରଙ୍କ ପକ୍ଷରୁ କରାଯାଇଥିଲା।

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ
ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍ ଗଣତି କରାଯାଇ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା
ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ
ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ
ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ
ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା
ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬...

ଧୂମୁଛାଇ ଉପନିର୍ବାଚନ ଫଳଫଳ: ଭାଜପା ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଜିମାତ୍
ବେଲଗୁଣ୍ଠା,୨୪ା୪(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ୍ ଗଣତି କରାଯାଇ ଫଳାଫଳ...

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା
ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି।...