ବେଆଇନ୍‌ ମାଛମରାକୁ ବିରୋଧ, ଜାଲ ଜବତ କଲେ ମହିଳା

ବଲାଙ୍ଗୀର ଅଫିସ, ୧୭ା୫-ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ପୀତାବଲି କଁଟାରେ ବେଆଇନଭାବେ ମାଛ ମାରୁଥିବାବେଳେ ଗ୍ରାମର ମହିଳାମାନେ ରବିବାର ଧୀବରଙ୍କ ଜାଲ ଜବତ କରିଛନ୍ତି। ଖରାଦିନରେ ପାଣି ଅଭାବଜନିତ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମବାସୀ ପୀତାବଲି କଟାରେ ମାଛ ମରାଯିବାକୁ ବନ୍ଦ କରିଛନ୍ତି ା ଗତ ଦୁଇବର୍ଷ ହେଲା ଏହି କଟାକୁ ଗ୍ରାମବାସୀଙ୍କ ସ୍ନାନ ଶୌଚ ପାଇଁ ରଖାଯାଇଛି ା ଖରାଦିନରେ ମାଛ ମାରିଲେ ପାଣି ଦୂଷିତ ହୋଇଯିବ ବୋଲି ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଛନ୍ତି ା ଏଣୁ ପଞ୍ଚାୟତ ତରଫରୁ ଏହି କଟାକୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି ମହିଳାମାନେ କହିଛନ୍ତି। ଏହାସତ୍ତ୍ୱେ କେତେକ ଧୀବର କଟାରେ ବେଆଇନ୍‌ ଭାବେ ମାଛ ମାରୁଛନ୍ତି ା ଫଳରେ କଟାର ପାଣି ଦୂଷିତ ହୋଇଯାଉଛି ା ଲୋକେ ଦୂଷିତ ପାଣି ଗାଧେଇ ପାରୁନାହାନ୍ତି ା ଏନେଇ ପଞ୍ଚାୟତ ପକ୍ଷରୁ କିଛି କରାନଯିବାରୁ ଶେଷରେ ଗଁାର କେତେକ ମହିଳା ରବିବାର କଟାକୁ ଯାଇ ଧୀବରଙ୍କ ଜାଲ ଜବତ କରିଛନ୍ତି ା ଜାଲ ଜବତ କରିବା ବେଳେ ଜଣେ ଧୀବର ଭୂମିସୂତା ଭୋଇ ନାମକ ଜଣେ ମହିଳାଙ୍କୁ ଧକ୍କା ମାରି ଜାଲ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ା ଏନେଇ ପୁଇଁତଲା ଥାନାକୁ ମଧ୍ୟ ସୂଚନା ଦିଆଯାଇ ଏହି ବେଆଇନ୍‌ ଧୀବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା