ବେଆଇନ୍‌ ମାଟି ଉଠାଣ: ୪ ଟ୍ରାକ୍ଟର, ୧ ଜେସିବିଠାରୁ ୩୦ ହଜାର ଜରିମାନା ଆଦାୟ

ଜମନକିରା, ୩।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ତହସିଲ ଅଧୀନ ଗୁଣ୍ଡୁରୁଚୁଆ ଗାଁ ନିକଟରୁ ସୋମବାର ବେଆଇନ ଭାବେ ମାଟି ଉଠାଣ କରୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ୪ଟି ଟ୍ରାକ୍ଟର (ଓଡି ୧୫କେ ୨୬୬୧), (ଓଡି୧୫ କେ୨୬୫୯). (ଓଡି ୧୫ଇ ୭୪୪୦), (ଓଡ଼ି୧୫ ଜେ୭୩୫୩) ଓ ଗୋଟିଏ ଜେସିବି (ଓଡି୧୫ଇ୭୦୬୧) ଗାଡିରୁ ୩୦ ହଜାର ୪୨୫ ଟଙ୍କା ଜରିମାନା ଆଦାୟ କରାଯାଇଛି। ପରେ ଗାଡିଗୁଡିକୁ ଛାଡିଦିଆଯାଇଥିଲା। ଜମନକିରା ଅତିରିକ୍ତ ତହସିଲଦାର ଗୋପୀନାଥ ଖାଖାଙ୍କ ନିର୍ଦ୍ଦେଶକ୍ରମେ ଗୁଣ୍ଡୁରୁଚୁଆଁ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ଜରିମାନା ଆଦାୟ ପରେ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଛି। ଏଥିସହ ଆଗାମୀ ଦିନରେ ଚଢ଼ାଉକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

Share