ବେଆଇନ ଅନୁପ୍ରବେଶ ନେଇ ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ବିଦା କଲା ମେକ୍ସିକୋ

ମେକ୍ସିକୋ,୧୮।୧୦: ବେଆଇନ ଭାବେ ଆମେରିକାରେ ପଶିବାକୁ ଯୋଜନା କରୁଥିବା ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇଦେଇଛି ମେକ୍ସିକୋ। ଭିସା ଏବଂ ସ୍ଥାୟୀ ରହଣୀ ପାଇଁ ଆବଶ୍ୟକ କାଗଜପତ୍ର ନଥାଇ ଦେଶର ବିଭିନ୍ନ ସ୍ଥାନରେ ସେମାନେ ବେଆଇନ ଭାବେ ରହୁଥିଲେ ବୋଲି ମେକ୍ସିକୋ କର୍ତ୍ତୃପକ୍ଷ କହିଛନ୍ତି। ଟୋଲୁକା ସିଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୋଇଂ ୭୪୭ ବିମାନ ଯୋଗେ ୩୧୧ ପ୍ରବାସୀ ଭାରତୀୟଙ୍କୁ ମେକ୍ସିକୋ ସରକାର ନୂଆଦିଲ୍ଲୀ ପଠାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନୁପ୍ରବେଶକୁ ରୋକିବା ପାଇଁ ମେକ୍ସିକୋକୁ କଡା ଚେତାବନୀ ଦେବା ପରେ ମେକ୍ସିକୋ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ୩୧୧ଜଣ ପ୍ରବାସୀ ଭାରତୀୟ ଏଜେଣ୍ଟଙ୍କ ୨୫ରୁ ୩୦ ଲକ୍ଷ ଟଙ୍କା ଲାଞ୍ଚ ଦେଇ ସେଠାରେ ରହିବା ପାଇଁ ଚେଷ୍ଟା କରୁଥିଲେ ବୋଲି ଜଣାପଡିଛି।

Share