Advertisement
Categories: ନୟାଗଡ଼

ବେଆଇନ ଇଟା ଭାଟି ଉପରେ ଚଢ଼ାଉ

ରଣପୁର,୧୯ା୬(ସ୍ବ.ପ୍ର.)-ପରିବେଶ ପ୍ରଦୂଷଣ ନିମନ୍ତେ ଇଟାଭାଟିଗୁଡ଼ିକୁ ଦାୟୀ କରାଯାଇ ରଣପୁରର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇଛି। ନୟାଗଡ଼ ଜିଲା ରଣପୁର ତହସିଲରେ ପରିବେଶ ନିୟମଗୁଡ଼ିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ଏହି ତହସିଲ ଅଧୀନ ଜଙ୍ଗଲରୁ ଚୋରାରେ କାଠ କାଟିବା, ସରକାରୀ ଜମିରୁ ମାଟି ଆଣି ବେଆଇନ ଭାବେ ଇଟାଭାଟି କରିବା ଅଭିଯୋଗ ହୋଇଆସୁଛି। ଏ ନେଇ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗ୍ରାମବାସୀ ନୟାଗଡ ଜିଲ୍ଲାପାଳ ଡ. ଏନ୍‌. ତିରୁମଲ୍ଲା ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିଦ୍ଦେର୍ଶରେ ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ଓ କର୍ମଚାରୀମାନେ ବାଉଁଶଗଡ, ରଣପୁର, ସାନଗଡ଼, ବାଉଁଶଗଡ଼, କୃଷ୍ଣଚନ୍ଦ୍ରପୁର ଆଦି ଅଞ୍ଚଳରେ ଚଢ଼ାଉ କରି ବେଆଇନ ଇଟାଭାଟିଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଇଟାଭାଟି ମାଲିକଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ କରାଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel