ବାସୁଦେବପୁର,୨୭।୯(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ସହର ଉପକଣ୍ଠସ୍ଥିତ ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ସମ୍ମୁଖରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ ହୋଇଛି। ଏକ ଜେସିବି ଯୋଗେ କରତକଳକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦିଆଯାଇଛି। ଏସିଏଫ୍ ବିରାଜମୋହନ ମହାନ୍ତି, ବନପାଳ ଜଗନ୍ନାଥ ମିଶ୍ରଙ୍କ ସମେତ ଜିଲା ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉବେଳେ ଜିଲାପାଳଙ୍କ ନିଦ୍ଦେର୍ର୍ଶ କ୍ରମେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବରେ ବନ୍ତ ତହସିଲଦାର ବିଜୟ କୁମାର ସେଠୀ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ବାସୁଦେବପୁର ବନବିଭାଗ ଚଢ଼ାଉର ୨ ଘଣ୍ଟା ପରେ ଆସି ପହଞ୍ଚଥିଲେ। ବେଆଇନ କରତକଳ ଚାଲିବା ପଛରେ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି।