ବେଆଇନ କରତକଳ ଉପରେ ଚଢ଼ାଉ : ୩ ମାଲିକଙ୍କ ସମେତ ୧୧ ଅଟକ

ଭୋଗରାଇ, ୨୮।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ୩ଟି ବେଆଇନ କରତକଳ ଉପରେ ଶନିବାର ଟାସ୍କଫୋର୍ସ ଓ ପୋଲିସ୍‌ ଆକସ୍ମିକ ଭାବେ ଚଢ଼ାଉ କରିଛି। ଚନ୍ଦନେଶ୍ୱର ନିକଟବର୍ତ୍ତୀ ଚଣ୍ଡୀସିଂପୁର, ଜଗନ୍ନାଥପୁର ଓ ନିମାତ୍‌ପୁର ନିକଟସ୍ଥ ବେଲାଗ୍ରାମରେ ବେଆଇନ ଭାବେ କରତକଳ ଚାଲୁଥିବା ଖବରପାଇ ଟାସ୍କଫୋର୍ସର ଡିଏସ୍‌ପି ମନୋଜ ରାଉତ ଓ ଜଳେଶ୍ୱର ଏସ୍‌ଡ଼ିପିଓ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ୩ଟି ସ୍ଥାନରୁ ୩ମାଲିକଙ୍କ ସମେତ ୧୧ଜଣ କର୍ମଚାରୀଙ୍କୁ ପୋଲିସ ଭୋଗରାଇ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଟାସ୍କଫୋର୍ସ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ସେଠାରେ ପହଞ୍ଚତ୍ନାହଁି। ଖବରଲେଖା ହେବା ପର୍ଯ୍ୟନ୍ତ ୩ କରତକଳର କାଠ କିମ୍ବା ଯନ୍ତ୍ରାଂଶ ଜବତ ହୋଇ ନ ଥିବା ସୂଚନା ମିଳିଛି।

Share