ବେଆଇନ କୋଇଲା ଚାଲାଣ: ୭ଜଣଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଅନୁଗୋଳ ଜିଲାରେ ଗତ କିଛି ମାସ ହେବ ବେଆଇନ ଭାବେ କୋଇଲା ଚୋରା ଚାଲାଣ ଚାଲିଛି। ଏ ନେଇ ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ଅବଗତ ଥିଲେ ବି ଚୁପ ବସିଛି। ତେବେ ବେଆଇନ କୋଇଲା ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌। ଗୁରୁବାର ରାତିରେ ଏସ୍‌ଟିଏଫ୍‌ ତାଳଚେରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ୭ଜଣଙ୍କୁ ଗିରଫ କରିବା ସହ ୭ଟି ଟ୍ରକ୍‌କୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲା କୋଲିୟରୀ ଥାନା ଅଞ୍ଚଳର ଅଭୟ ସାହୁ, କଳମଛୁଇଁ ଗ୍ରାମର ସୁନୀଲ ବେହେରା, ଛେଣ୍ଡିପଦାର ସୁଶୀଲ କୁମାର ଭୂତିଆ, ପରଜଙ୍ଗ ଗ୍ରାମର ସାଗର ବେହେରା, ଦଧିଖାଇ ଗ୍ରାମର ରାଜେଶ କୁମାର ସାହ, ପରଜଙ୍ଗ ଥାନା ଅଞ୍ଚଳର ପର୍ଶୁରାମ ଦେହୁରୀଏବଂ ଖୁତୁରିଆ ଗ୍ରାମର ବିଭୂତି ଭୂଷଣ ବେହେରା। ଏମାନଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ. ୧୫/୧୯ ରୁଜୁ ହୋଇଛି।

Share