ବେଆଇନ ଖାଦାନ ଉପରେ ଚଢ଼ାଉ, ୧୪୪ ଧାରା ଜାରି

ଜେନାପୁର, ୧୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ବେଆଇନ କଳା ପଥର ଖାଦାନ ଉପରେ ତହସିଲ ପକ୍ଷରୁ ବୁଧବାର ଚଢ଼ାଉ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି। ସାହାଣୀଢ଼ିହ ୧ନମ୍ବର, ବାଘୁଆ ୨ ନମ୍ବର, ବାଘୁଆ ୪ କୁସୁନପୁରରେ ୧୪୪ ଧାରା ଜାରି ରହିଛି । ଏଥିରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୁଖ ପୋଲିସ ଫୋର୍ସ ସହ ଉପସ୍ଥିତ ଅଛନ୍ତି।