ଚୌଦ୍ୱାର,୧୨ା୬(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୨ ନମ୍ବର ଓ୍ବାର୍ଡ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଠାବ କରିଛି ପୋଲିସ। ଆଜକୁ ଦୀର୍ଘଦିନ ହେବ ଚୌଦ୍ୱାରୁ ଭଦ୍ରକ, କୋଲକାତା ଓ ଅନ୍ୟ ଅଞ୍ଚଳକୁ ବାରମ୍ବାର ଗୋରୁ ଚାଲାଣ ହୋଇ ଆସୁଥିଲା।
ବିଶେଷ ସୂତ୍ରରୁ ଖବରପାଇ ଗୁରୁବାର ବିଳମ୍ବିତ ରାତିରେ ସୁଲତାନ ନଗର ଅଞ୍ଚଳରେ ପୋଲିସ ଅତର୍କିତ ଚଢ଼ାଉ କରି ପିକ୍ଅପ୍ ଏବଂ ଟାଟାଏସି ଗାଡ଼ିରେ ଗୋରୁ ବୋଝେଇ ସମୟରେ ଚଢ଼ାଉ କରି ୪୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଜବତ କରିଛି। ଜବତ ଗୋରୁମାନଙ୍କୁ ମଙ୍ଗରାଜପୁରସ୍ଥିତ ଗୋ’ ଆଶ୍ରମରେ ରଖାଯାଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।