ବେଆଇନ ଜମିରେ ନିର୍ମିତ ହୋଇଛି ନବୀନ ନିବାସ

ବ୍ରହ୍ମପୁର ଅଫିସ୍‌,୨୯ା୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସସ୍ଥାନ ନବୀନ ନିବାସ ଜମିକୁ ନେଇ ବିବାଦ ଦେଖାଦେଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୦ତାରିଖରେ ଏହି ମାମଲାର ଶୁଣାଣି ରହିଛି। ତେବେ ବେଆଇନ୍‌ ଭାବେ ଦଖଲ ହୋଇଥିବା ଜମିରେ ନବୀନ ନିବାସ ନିର୍ମିତ ହୋଇଛି ବୋଲି ରବିବାର ବ୍ରହ୍ମପୁରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

ଜୁନ୍‌ ୧୭ରେ ସାଧାରଣ ପ୍ରଶାସନ ବିଭାଗ(ଜିଏ) ତରଫରୁ ଭୀମପୁର ମୌଜାର ଖାତା ନଂ. ୭୪୦ ଓ ପ୍ଲଟ୍‌ ନମ୍ବର ୧୨୦୦ର ୧୦୦ଡେସିମିଲ ଜମିକୁ ନବୀନଙ୍କ ମା’ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକଙ୍କ ନାମରେ ଅନୁମୋଦିତ ହୋଇଛି। ଗଭର୍ନମେଣ୍ଟ ଗ୍ରାଣ୍ଟ୍‌ସ ଆକ୍ଟ ୧୮୯୫ର ଧାରା ୩ ଅନୁଯାୟୀ ଜମି ପ୍ରଦାନରେ କୌଣସି ଅନିୟମିତତା ହୋଇନାହିଁ। ତେବେ ପରବର୍ତ୍ତୀ ସମୟରେ ଭୀମପୁର ମୌଜା ଅନ୍ତର୍ଗତ ଖାତା ନଂ ୭୪୦(ସାଧାରଣ ପ୍ରଶାସନ ବିଭାଗ) ଓ ପ୍ଲଟ୍‌ ନମ୍ବର ୧୨୦୦ରୁ ୪୦୦ଡେସିମିଲ୍‌ ଜମି ଜ୍ଞାନ ପଟ୍ଟନାୟକଙ୍କୁ ମ୍ୟୁଟେଶନ୍‌ କେସ୍‌୍‌ ନଂ ୪୬୬୬/୯୧ରେ ପ୍ରଦାନ କରାଯାଇଛି। ଜମି ପ୍ରଦାନ ବେଳେ ଗଭର୍ନମେଣ୍ଟ ଗ୍ରାଣ୍ଟ୍‌ସ ଆକ୍ଟ-୧୮୯୫କୁ ଉଲ୍ଲଂଘନ କରାଯାଇଥିବା ବେଳେ ଏ ସମ୍ପର୍କିତ ସମସ୍ତ ତଥ୍ୟ ତହସିଲ୍‌ କାର୍ଯ୍ୟାଳୟରୁ ଗାଏବ୍‌ କରାଯାଇଛି। ଉକ୍ତ ଜମିକୁ ମ୍ୟୁଟେଶନ୍‌ କେସ ନଂ ୧୧୯୪୯/୨୦୦୯ରେ ଖାତା ନଂ ୭୦୭/୧୫ ଓ ପ୍ଲଟ୍‌ ନଂ ୧୨୦୦/୨୩୧୬ରେ ନବୀନଙ୍କ ଦୁଇ ତୃତୀୟାଂଶ ଏବଂ ଭଉଣୀ ଗୀତା ମେହେଟ୍ଟାଙ୍କ ନାମରେ ଏକ ତୃତୀୟାଂଶ ଭାଗ ରେଭିନ୍ୟୁ ରେକର୍ଡ ସଂଶୋଧିତ କରାଯାଇଛି। ସେହିଭଳି ଭୀମପୁର ମୌଜା ଅନ୍ତର୍ଗତ ପ୍ଲଟ୍‌ ନଂ. ୧୨୦୧ର ୧୩୫୫ ଡେସିମିଲ୍‌, ପ୍ଲଟ୍‌ ନଂ. ୧୨୨୨ରୁ ୮ଡେସିମିଲ୍‌ ଓ ୨୦ଡେସିମିଲ୍‌ ଭାବେ ମୋଟ ୧୩୮୩ଡେସିମିଲ୍‌ ଜାଗା କିଭଳି ଜ୍ଞାନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯାଇଛି, ସେ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ କିମ୍ବା ସାଧାରଣ ପ୍ରଶାସନ ବିଭାଗ ନିକଟରେ ନାହିଁ । ତଥାପି ଉକ୍ତ ଜାଗାକୁ ନବୀନ ଏବଂ ଗୀତାଙ୍କ ନାମରେ ରେଭିନ୍ୟୁ ରେକର୍ଡ ସଂଶୋଧନ କରାଯାଇଛି। ଏହା ସମ୍ପୂର୍ଣ୍ଣ ବେଆଇନ୍‌। ସେହିଭଳି ଭୀମପୁର ମୌଜା ଅର୍ନ୍ତଗତ ପ୍ଲଟ୍‌ ନଂ ୧୨୦୧/୧୮୧୩ ଖାତା ନଂ ୧୨୩ରେ ୨୫୦ଡେସିମିଲ୍‌ ଜମି ଦଖଲ ସୂତ୍ରେ ନବୀନ ଏବଂ ଗୀତାଙ୍କ ନାମରେ ରେକର୍ଡ଼ କରାଯାଇଛି। ୧୯୬୨ ମସିହା ସେଟେଲ୍‌ମେଣ୍ଟ ନଥି ପ୍ରକାରେ ପ୍ଲଟ୍‌ ନଂ. ୧୨୦୦ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଅଟେ। ପରବର୍ତ୍ତୀ  ୧୯୮୯-୯୦ ସେଟେଲ୍‌ମେଣ୍ଟ ସମୟରେ ରାଜ୍ୟ ସରକାର ସମସ୍ତ ଜମିକୁ ସାଧାରଣ ପ୍ରଶାସନ ବିଭାଗ ନାମରେ ରେକର୍ଡ ଭୁକ୍ତ ହୋଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ କିଭଳି ଭାବେ ନବୀନ ଏବଂ ଗୀତା ବେନିୟମ ଭାବେ ପ୍ଲଟ୍‌ ନଂ. ୧୨୦୦, ୧୨୦୧ ଏବଂ ୧୨୨୨ରୁ ମୋଟ ୨୦୩୩ ଡେସିମିଲ୍‌ ଜମିକୁ ହଡ଼ପ କରିଛନ୍ତି। ଏହି ଜମିର ବଜାର ମୂଲ୍ୟ ୧୦୦କୋଟିରୁ ଅଧିକ ରହିଛି। ଏହି ଜମିକୁ ରାଜ୍ୟ ସରକାରଙ୍କୁ ଫେରସ୍ତ କରିବା ପାଇଁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି। ଉକ୍ତ ଜନସ୍ବାର୍ଥ ମାମଲାରେ ସାଧାରଣ ପ୍ରଶାସନ ବିଭାଗ  ଅଧିକାରୀ ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଛି। ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଖୋର୍ଦ୍ଧା ଜିଲାପାଳ ଏବଂ ଭୁବନେଶ୍ୱର ତହସିଲଦାର୍‌ଙ୍କୁ ପକ୍ଷଭୁକ୍ତ କରି ନୋଟିସ୍‌ ଜାରି କରାଯାଇଛି। ଜନସ୍ବାର୍ଥ ମାମଲାକୁ ଆଇନଜୀବୀ ସରୋଜ କୁମାର ପାଢୀ, ସଂଗ୍ରାମ କିଶୋର ମିଶ୍ର, ତାପସ ଦ୍ୱିବେଦୀ ଏବଂ ଦେବୀ ପାତ୍ର ପରିଚାଳନା କରୁଛନ୍ତି ବୋଲି ପିଟିସିନ୍‌ର ସୁରେନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଆଇନଜୀବୀ ଜଗନ୍ନାଥ ପାଢୀ, ମୋହନ ସିଘାରୀ, ସାମାଜିକ କର୍ମୀ କିଶୋର ଚନ୍ଦ୍ର ପାତ୍ର, ରାମ କୁମାର ପାତ୍ର, ସୟଦ୍‌ ଆସଫାକ୍‌ ଅଲ୍ଲୀ, ଅରୁଣ କୁମାର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri