ବେଆଇନ ଟ୍ରକ ପାର୍କିଂବେଳେ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବଡ଼ବିଲ,୧୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ଏୟାରଷ୍ଟ୍ରିପ ନିକଟରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକାମତି ସାହୁ(୭୦)।
ବେଆଇନ ଟ୍ରକ ପାର୍କିଂ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ୧୪ଚକିଆ ଟ୍ରକ୍‌ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ତେବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପାର୍କିଂ ବାବଦକୁ ପ୍ରତି ଟ୍ରକରୁ ୧୦୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ଅଭିଯୋଗ ହେଉଛି।