ବେଆଇନ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ

ପୁରୀ ଅଫିସ,୨୪।୮: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୁରୀ। ଏହାର ବିକାଶ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ଘୋଷଣା କରିବା ପରେ ଜିଲା ପ୍ରଶାସନ ଏ ଦିଗରେ ଆହୁରି ତତ୍ପରତା ପ୍ରକାଶ କରିଛି । ପୂର୍ବରୁ ପୁରୀ ପାଇଁ ମଧ୍ୟ ରାଜ୍ୟ ସରକାର ୨୬୫ କୋଟି ଟଙ୍କା ଘୋଷଣା କରିଥିଲେ। ୫ଟି ପ୍ରକଳ୍ପ ଲାଗି ଖର୍ଚ୍ଚ କରାଯିବକୁ ଥିବା ଏହି ଟଙ୍କାରେ ଯାତ୍ରୀକାରେ ଏକ କାର ପାର୍କିଂ ପାଇଁ ଯୋଜନା କରାଯାଇଛି । ତେଣୁ ଶନିବାର ଜିଲା ପ୍ରଶାସନ ଯାତ୍ରୀକାରେ ଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିଛି । ଉପଜିଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି ।

Share