Categories: ଗଞ୍ଜାମ

ବେଆଇନ ପଥର ଖଣିରେ ଚଢ଼ାଉ, ୧ ଲକ୍ଷ ୩୬ ହଜାର ଜରିମାନା ଆଦାୟ, ୫ ଗାଡ଼ି ଜବତ

ପୁରୁଷୋତ୍ତମପୁର,୩ା୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବେଆଇନ ଭାବେ ବାଲି, ପଥର ଚାଲାଣ ନେଇ ତହସିଲଦାର ଅରୁଣ କୁମାର ନାୟକ ବିଭିନ୍ନ ସ୍ଥାନରେ ଥିବା ପଥର ଖଣି ଉପରେ ଚଢ଼ାଉ କରିଥିଲେ। ନିଲାମ ଗ୍ରହୀତାମାନେ ଚୁକ୍ତି ଅନୁଯାୟୀ ପଥର ଖଣିରୁ ପଥର ଉତ୍ତୋଳନ କରୁଛନ୍ତି କି ନାହିଁ ଯାଞ୍ଚ କରିଥିଲେ। ଏହା ସହ ବେଆଇନ ଭାବେ ବାଲି, ପଥର ଚାଲାଣ କରୁଥିବା ୫ଟି ଗାଡ଼ି ଜବତ କରି ସେମାନଙ୍କ ଠାରୁ ୧ଲକ୍ଷ ୩୬ ହଜାର ୫୯୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହି ଚଢ଼ାଉରେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।