ବେଆଇନ ପାଚେରି ନିର୍ମାଣକୁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ: ଘଟଣାସ୍ଥଳ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

କୁଆଁରମୁଣ୍ଡା,୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସରକାରୀ ଡାଏରି ଫାର୍ମର ୨୦ ଏକରରୁ ଊର୍ଦ୍ଧ୍ୱ ଜାଗାରେ ବେଆଇନ ପାଚେରି ନିର୍ମାଣକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରୁ ଏକ ଘରୋଇ କମ୍ପାନୀ ବଳପୂର୍ବକ ୧୦ରୁ ଊର୍ଦ୍ଧ୍ୱ ଗାଡ଼ି ଓ ୩ ଶହ ଶ୍ରମିକଙ୍କ ସହାୟତାରେ ପାଚେରି ନିର୍ମାଣ ଆରମ୍ଭ କରିଥିଲା। ଏହି ଖବର ପାଇ କୁଆଁରମୁଣ୍ଡା, ଯମୁନାକି ନାଗରିକ କମିଟି ସଦସ୍ୟ ପହଞ୍ଚି ଉକ୍ତ କମ୍ପାନୀର କାର୍ଯ୍ୟକୁ ବିରୋଧ କରିଛନ୍ତି। ରବିବାର ସକାଳେ ଶତାଧିକ ମହିଳା ପୁରୁଷ ନିର୍ମାଣସ୍ଥଳୀରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଛନ୍ତି। କୁଆଁରମୁଣ୍ଡା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Share