ଜେନାପୁର,୨୪।୧୨(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ବାଲିସାହି ଛକ ନିକଟସ୍ଥ ମାଣ୍ଡିଆଗଡ଼ାଠାରେ ବହୁ ଦିନ ଧରି ଚାଲିଥିବା ବେଆଇନ ପିଚୁ ପ୍ଲାଣ୍ଟକୁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ଚାଲୁଥିବା ବେଳେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୁପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ସମେତ ପୋଲିସ ଫୋର୍ସ ମୁତୟନ ଅଛନ୍ତି।