ବେଆଇନ ବାଲିଗାଡି ଚଳାଚଳକୁ ବିରୋଧ: ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ଆନନ୍ଦପୁର,୧୨।୧୨(ସ୍ବ.ପ୍ର): ବେଆଇନ ଭାବେ ସିଂଡୋଭ ଗ୍ରାମ ରାସ୍ତାରେ ବାଲିଗାଡି ଚଳାଚଳକୁ ବିରୋଧ କରି ଗ୍ରାମବାସୀ ଗୁରୁବାର ଗ୍ରାମ ରାସ୍ତାରେ ଧାରଣା ଦେଇଛନ୍ତି। ଆନନ୍ଦପୁର ଥାନା ଅଧୀନ ସିଂଡୋଭ ଗ୍ରାମରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି। ସୂଚନାଯୋଗ୍ୟ, ବଂଚୋ ଠାରେ ଲିଜ୍‌ ବାଲି ଘାଟକୁ ବେଆଇନ ଭାବେ ପରିଚାଳନା କରାଯାଉଥିବା ଅଭିଯୋଗ କରି ୧୨ ତାରିଖ ସିଂଡୋଭ ଗ୍ରାମରେ ଥିବା ଅଙ୍ଗନଓ୍ବାଡି ଓ ସ୍କୁଲ ପାଖ ରାସ୍ତାରେ ଗ୍ରାମବାସୀ ଧାରଣା ଦେବେ ବୋଲି ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।