Categories: ଜାତୀୟ

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହା ଦ୍ୱାରା ନଦୀ ପ୍ରତି ବିପଦ ସୃଷ୍ଟି ହେବା ସହିତ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା ଏକ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କହିଛନ୍ତି। ଏହି ମାମଲାରେ ବିଚାରପତି ଏସ୍‌.ଏ. ବୋବ୍‌ଦେଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ବେଆଇନ ବାଲି ଖନନ କରୁଥିବା ବ୍ୟକ୍ତି ତଥା ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

Share